ଫ୍ୟାକ୍ଟ ଚେକ୍: ଉତ୍ତର ପ୍ରଦେଶ ସହ ଉକ୍ତ ଭାଇରାଲ ଭିଡିଓର ନାହିଁ କୌଣସି ସମ୍ପର୍କ
ଦାବିଟି ବିଭ୍ରାନ୍ତିକର ଅଟେ । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଉତ୍ତର ପ୍ରଦେଶ ପୋଲିସ ନୁହେଁ ମଧ୍ୟ ପ୍ରଦେଶର କଟଣି ଥାନାର ଅଟେ । ଉତ୍ତର ପ୍ରଦେଶ ପୋଲିସ୍ ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ ।

Claim :
ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଉତ୍ତର ପ୍ରଦେଶ ପୋଲିସ୍ ର ଦୁର୍ବ୍ୟବହାରFact :
ଦାବିରେ ନାହିଁ କୌଣସି ସତ୍ୟତା, ଉକ୍ତ ଘଟଣାଟି ମଧ୍ୟ ପ୍ରଦେଶର କଟଣି ଥାନାର ଅଟେ
ପୋଲିସ୍ ଜନତା ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ସରକାର ଯେତେ ଅଣ୍ଟା ଭିଡ଼ିଲେ ମଧ୍ୟ କୌଣସି ନା କୌଣସି କାରଣରୁ ଏକ ଶୁନ୍ୟସ୍ଥାନ ରହିଯାଉଛି । କେତେବେଳେ ପୋଲିସ୍ ର ବର୍ବର କାଣ୍ଡ ତ କେତେବେଳେ ଗୋଷ୍ଟି ଆକ୍ରମଣରେ ପୋଲିସ୍ ଲହୁଲୁହାଣ । କିଛି ଏଭଳି ଅପ୍ରିତିକର ପରିସ୍ଥିତି ହେତୁ ପୋଲିସ୍ ଏବଂ ଜନତା ମଧ୍ୟରେ ସେହି ଶୂନ୍ୟ ସ୍ଥାନଟି ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ସହ ଆଉ ଏକ ଗୋଷ୍ଠୀ ସହ ଆଲୋଚନା ହେଉଥିବାର ଦେଖିବାକୁ ମିଳିଛି । ଉକ୍ତ ଗୋଷ୍ଠୀର ଜଣେ ବ୍ୟକ୍ତି ଅପରପାର୍ଶ୍ଵରେ ଥିବା ବ୍ୟକ୍ତିଙ୍କୁ ଗୋଟିଏ ଘଟଣା ବିଷୟରେ ହିନ୍ଦୀରେ ବୁଝାଉଛନ୍ତି । ବୁଝାଉଥିବା ବ୍ୟକ୍ତି ଜଣଙ୍କ ଜଣେ ସାମ୍ବାଦିକ ବୋଲି ଦର୍ଶା ଯାଇଥିବା ବେଳେ ଅନ୍ୟ ବ୍ୟକ୍ତି ଜଣଙ୍କ ଜଣେ ପୋଲିସ୍ ଅଧିକାରୀ ବୋଲି ଆଲୋଚନାରୁ ଜଣାଯାଇଛି ।
ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଜଣଙ୍କ ଯାଇଥିବା ବେଳେ ଜଣେ ପୋଲିସ୍ ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଵାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା ପାଇଁ କହିଛନ୍ତି । ପରେପରେ ଦୁର୍ବ୍ୟବହାର କରିଥିବା ପୋଲିସ୍ ଅଧିକାରୀ ଜଣକ ଆସି ହାତଯୋଡି କ୍ଷମା ମାଗିଛନ୍ତି ।
ଉକ୍ତ ଘଟଣାଟି ଉତ୍ତର ପ୍ରଦେଶର ବୋଲି ଦାବି କରିଛନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ । ଉକ୍ତ ଘଟଣା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ବେଳେ ଉତ୍ତର ପ୍ରଦେଶ ପୋଲିସ କୁ ୟୁଜର୍ସ ବିଭିନ୍ନ ପ୍ରକାର କଟାକ୍ଷ କରିଥିଵାର ଦେଖିବାକୁ ମିଳିଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଉତ୍ତର ପ୍ରଦେଶ ପୋଲିସ ନୁହେଁ ମଧ୍ୟ ପ୍ରଦେଶର କଟଣି ଥାନାର ଅଟେ । ଉତ୍ତର ପ୍ରଦେଶ ପୋଲିସ୍ ସହ ଉକ୍ତ ଘଟଣାର ନାହିଁ କୌଣସି ସମ୍ପର୍କ ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ଉତ୍ତର ପ୍ରଦେଶରେ ଘଟିଥିବାର ସୂଚନା ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଖବର ପ୍ରସାରିତ କରିଥାନ୍ତେ ।
ଅଧିକ ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ଉତ୍ତର ପ୍ରଦେଶର ଜଣେ ସାମ୍ବାଦିକ ଯୋଗେଶ କୁମାର ଯୋଗାଯୋଗ କରିଥିଲୁ, ତାଙ୍କ ସୂଚନା ଅନୁଯାୟୀ, ' ଏଭଳି କୌଣସି ଘଟଣା ନିକଟରେ ଉତ୍ତର ପ୍ରଦେଶ ରେ ଘଟିନାହିଁ, ଯଦି ଘଟିଥାନ୍ତା ତେବେ ଏନେଇ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ । ଭିଡିଓଟି ବହୁ ପୁରୁଣା ହୋଇଥାଇ ପାରେ କିମ୍ବା ପଶ୍ଚିମବଙ୍ଗ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନଥାଇପାରେ, ବୋଲି ଯୋଗେଶ ସୂଚନା ଦେଇଛନ୍ତି ।
ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ କିଛି ଟ୍ୱିଟର ପୋଷ୍ଟ ହସ୍ତଗତ ହୋଇଥିଲ ।
୨ଜୁନ ୨୦୨୫ରେ ଏକ ଭିଡିଓ ସେୟାର କରି ଅଭିମନ୍ୟୁ ସିଂ ନାମକ ଜଣେ ସାମ୍ବାଦିକ ଲେଖିଛନ୍ତି । କଟଣୀ ମହିଳା ଥାନାରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ପୋଲିସ୍ ର ଦୁର୍ବ୍ୟବହାର ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ ।
ତୂଲନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର boli ଜାଣିବାକୁ ପାଇଥିଲୁ ।
ସେହିପରି ଉକ୍ତ ଭିଡିଓକୁ ସେୟାର କରି ଆଉକିଛି ୟୁଜର୍ସ ଏହା ମଧ୍ୟ ପ୍ରଦେଶର କଟଣୀ ଥାନାର ବୋଲି ଦର୍ଶାଇଛନ୍ତି ।
ଅନ୍ୟପଟେ ଉତ୍ତର ପ୍ରଦେଶ ପୋଲିସ୍ ର ଫ୍ୟାକ୍ଟଚେକ୍ ଟିମ୍ ଉକ୍ତ ଘଟଣା ର ଭିଡିଓ ପୋଷ୍ଟ କରି ଉଲ୍ଲେଖ କରିଛି, ଉକ୍ତ ଘଟଣାଟି ଉତ୍ତର ପ୍ରଦେଶର ନୁହେଁ ବରଂ, ମଧ୍ୟ ପ୍ରଦେଶର କଟଣୀ ଥାନା ଅନ୍ତର୍ଗତର ଘଟଣା । ଯାହାକି ଜୁନ ୨୦୨୫ରେ ଘଟିଥିଲା । ଫତେପୁର ପୋଲିସ୍ ଉକ୍ତ ଘଟଣାକୁ ଖଣ୍ଡନ କରିବାସହ ଏନେଇ ତଦନ୍ତ କରୁଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଉତ୍ତର ପ୍ରଦେଶ ପୋଲିସ ନୁହେଁ ମଧ୍ୟ ପ୍ରଦେଶର କଟଣି ଥାନାର ଅଟେ । ଉତ୍ତର ପ୍ରଦେଶ ପୋଲିସ୍ ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ ।