ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ବୋଟ୍ ଦୁର୍ଘଟଣା ସହ ଋଷିକେଶ କିମ୍ବା ଭାରତ ସହ ନାହିଁ କୌଣସି ସମ୍ପର୍କ
ଦାବିଟି ବିଭ୍ରାନ୍ତିକର ଅଟେ । ଉତ୍ତରାଖଣ୍ଡର ଋଷିକେଶରେ ଏଭଳି ଅଘଟଣ ଘଟିଛି ସତ ହେଲେ, ଭାଇରାଲ ହେଉଥିବା ଭିଡିଓ ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ । ଭାଇରାଲ ଭିଡିଓଟି ବୋସନିଆ ଅଞ୍ଚଳର ଅଟେ, ଭାରତ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।

Claim :
ଉତ୍ତରାଖଣ୍ଡର ଋଷିକେଶରେ ଅଘଟଣ, ନଦୀରେ ବୁଡ଼ିଲା ଡଙ୍ଗାFact :
ଭାଇରାଲ ଭିଡିଓଟି ବୋସନିଆ ଅଞ୍ଚଳର ଅଟେ, ଭାରତ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ
ବର୍ଷା ପରେ ବନ୍ୟା ସ୍ଥିତିରେ ବେହାଲ ଉତ୍ତର-ପୂର୍ବାଞ୍ଚଳ। ବନ୍ୟା ଯୋଗୁଁ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ୩୫ ଜଣଙ୍କ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା, ମେଘାଳୟ, ମଣିପୁରରେ ଗତ ୨ ଦିନ ଭିତରେ ବର୍ଷାର ବିତ୍ପାତ ଅନେକ ଜୀବନ ନେଇଛି । ପ୍ରାୟ 2 ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ତ୍ରିପୁରାରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ରିଲିଫ୍ ଶିବିର ଖୋଲିଛନ୍ତି । ସେହିପରି ମଣିପୁରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତୀୟ ସେନା, ଆସାମ ରାଇଫଲ୍ସ, ସରକାରୀ ଅଧିକାରୀ, ମଣିପୁର ଅଗ୍ନିଶମ ସେବା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକମାନେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ଆସାମର ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ଆସାମର ସମସ୍ତ ଜିଲ୍ଲା ପାଇଁ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନେକ ସ୍ଥାନରେ ଜାତୀୟ ରାଜପଥ ଧୋଇ ଯାଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ପର୍ଯ୍ୟଟକ ଏକ ନଦୀରେ ଦୁଃସାହସିକ ଜଳକ୍ରୀଡ଼ା କରୁଥିବା ବେଳେ, ହଠାତ ଜଳସ୍ରୋତରେ ବୋଟ୍ ଟି ଓଲଟି ପଡିଥିବାର ଦେଖିବାକୁ ମିଳିଛି । ପରେପରେ ସେଥିରେ ଥିବା ପର୍ଯ୍ୟଟକ ଜଳସ୍ରୋତରେ ଭାସି ଯାଇଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ଉତ୍ତରାଖଣ୍ଡର ଋଷିକେଶର ବୋଲି ଦାବି ହୋଇଛି । ଭିଡିଓ ଉପରେ ଉଲ୍ଲେଖ ରହିଛି, ଋଷିକେଶରେ ୟେ କଣ ହୋଇଗଲା ! ନଦୀଜଳ ଅଧିକ ପ୍ରବାହିତ ହୋଇଥିବାରୁ ଓଲଟିଗଲା ବୋଟ୍ ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ନିକଟ ଦିନରେ ଉତ୍ତରାଖଣ୍ଡର ଋଷିକେଶରେ ଏଭକଳି ଅଘଟଣ ଘଟିଛି ସତ ହେଲେ । ଭାଇରାଲ ହେଉଥିବା ଭିଡିଓଟି ବୋସନିଆ ର ଅଟେ ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ଅପ୍ରେଲ ମାସରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଡେରାଡୁନର ସାଗର ନେଗି ନାମକ ଜଣେ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ବୋଲି ଖବର ପ୍ରକାଶ ପାଇଛି ।
ହେଲେ ଉକ୍ତ ଘଟଣାର ଭିଡିଓଟି ଭାଇରାଲ ଭିଡିଓ ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ I
ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଟ୍ୱିଟର ପୋଷ୍ଟ ହସ୍ତଗତ ହୋଇଥିଲା ।
୨୯ ମାର୍ଚ୍ଚ ୨୦୨୫ରେ ଜଣେ ୟୁଜର୍ସ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ବର୍ତ୍ତମାନ ସୁଦ୍ଧା ୫୮୨୪ ଭିୟୁ ମିଳିପାରିଥିବା ଵେଳେ ବହୁ ସେୟାର ଏବଂ ଲାଇକ ମିଳିଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଆମେ ଉଭୟ ଭିଡିଓକୁ ତୁଳନା କରିଥିଲୁ। ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ଉକ୍ତ ପୋଷ୍ଟରେ ଭ୍ରାବାସ ନଦୀରେ ଏହି ଅଘଟଣ ଘଟିଥିବାର ଉଲ୍ଲେଖଥିବା ବେଳେ, ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିଥିଲୁ।
ଅନୁସନ୍ଧାନରୁ ଏହା ପଶ୍ଚିମ ବୋସାନିଆ ଅଞ୍ଚଳରେ ପ୍ରବାହିତ ହେଉଥିବା ଏକ ନଦୀର ନାମ ବୋଲି ଜଣାପଡିଥିଲା ।
ଉକ୍ତ କିୱାର୍ଡ ଗୁଡ଼ିକ ନେଇ ଅନୁସନ୍ଧାନ କରିବାରୁ ଭ୍ରବାସ ନଦୀରେ ଏହି ଅଘଟଣ ଘଟିଥିବାର ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି ।
୩୦ ମାର୍ଚ୍ଚ ୨୦୨୫ରେ ଖବର ପ୍ରସାରଣ କରି ଉକ୍ତ ଗଣମାଧ୍ୟମ ଉଲ୍ଲେଖ କରିଛି, ବୁକ୍ ନାମକ ଏକ ଦୁଃସାହସିକ କ୍ରୀଡା ଅନୁଷ୍ଠାନର କିଛି ସଭ୍ୟ ଭ୍ରାବସ ନଦୀରେ ବୋଟ୍ ରାଇଡିଙ୍ଗ କରିବାକୁ ଯାଇଥିଲେ । ଇତିମଧ୍ୟରେ ଭ୍ରାବସନଦୀରେ ହଠାତ ଜଳପ୍ରବାହ ବଢିଯାଇଥିଲା । ଯାହା ଫଳରେ ଭାରସାମ୍ୟ ହରାଇ ବୋଟ୍ ଟି ଓଲଟି ପଡିଥିଲା । ହେଲେ ସୌଭାଗ୍ୟ ବଶତଃ କାହାର କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ରହିଛି । କାରଣ ସେମାନେ ସମସ୍ତେ ଏଭଳି ସମସ୍ୟା ସହ ଲଢ଼ିବାର ପାରଦର୍ଶିତା ଲାଭ କରିଥିଲେ ।
ଉକ୍ତ ଖବରରେ ଯେଉଁ ଫଟୋ ପ୍ରକାଶିତ ହୋଇଛି ତାହା ଭାଇରାଲ ଭିଡିଓର ଅଂଶ ବୋଲି ଜଣାପଡିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଉତ୍ତରାଖଣ୍ଡର ଋଷିକେଶରେ ଏଭଳି ଅଘଟଣ ଘଟିଛି ସତ ହେଲେ, ଭାଇରାଲ ହେଉଥିବା ଭିଡିଓ ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ । ଭାଇରାଲ ଭିଡିଓଟି ବୋସନିଆ ଅଞ୍ଚଳର ଅଟେ, ଭାରତ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।